ପ୍ରବାସ ସମୟରେ ପକ୍ଷୀମାନେ କିପରି ମାର୍ଗ ନିର୍ଧାରଣ କରନ୍ତି? (HOW DO BIRDS NAVIGATE DURING MIGRATION?)
- Barnali Das
- Oct 31, 2021
- 2 min read
ପ୍ରବାସ ପଶୁ ଜଗତରେ ସର୍ବବ୍ୟାପୀ, ଏବଂ ଏହିବିଷୟ ପକ୍ଷୀମାନଙ୍କ ମଧ୍ୟରେଅଧିକ ବିସ୍ତୃତ ଭାବରେଅଧ୍ୟୟନ କରାଯାଇଛି | ବସନ୍ତସମୟରେ, ପକ୍ଷୀମାନେ ନାତିଶିତୋଷ୍ନ ଅଞ୍ଚଳ (Temperate region) କୁପ୍ରବାସ କରନ୍ତି, ଯେଉଁଠାରେପ୍ରଚୁର ଖାଦ୍ୟ ମିଳେ ଏବଂସେମାନେ ନିରାପଦରେ ବସାସୃଷ୍ଟି କରିପାରନ୍ତି | ଶରତରେ, ପକ୍ଷୀମାନେ ଉଷ୍ମଅକ୍ଷାଂଶକୁ ଫେରିଯାଆନ୍ତି | ସାଧାରଣତଃ ଶୀତରୁ ରକ୍ଷା ପାଇବାପାଇଁ ଉତ୍ତର ଗୋଲାର୍ଦ୍ଧର ପକ୍ଷୀମାନେ ଦକ୍ଷିଣକୁ ଏବଂଦକ୍ଷିଣ ଗୋଲାର୍ଦ୍ଧର ପକ୍ଷୀମାନେ ଉତ୍ତରଦିଗକୁ ଉଡିଯାଆନ୍ତି |
ପ୍ରବାସ ଶବ୍ଦ ପ୍ରାଣୀମାନଙ୍କର ସଂଖ୍ୟାର ପର୍ଯ୍ୟାୟକ୍ରମେ, ବଡ଼ ଆକାରରସ୍ଥାନାନ୍ତରଣକୁ ବର୍ଣ୍ଣନାକରେ | ପ୍ରବାସର ବର୍ଗୀକରଣ ଉପାୟ ହେଉଛି ଭ୍ରମଣ ହୋଇଥିବାଦୂରତାକୁ ବିଚାରକରିବା |

ସ୍ୱଳ୍ପ ଦୂରପ୍ରବାସୀମାନେ (Short-distance migrants) ଅପେକ୍ଷାକୃତ ଅଳ୍ପଗତି କରନ୍ତି, ଉଦାହରଣସ୍ୱରୂପ ଏକ ପର୍ବତ ଉଚ୍ଚରୁନିମ୍ନ ଉଚ୍ଚତା ପର୍ଯ୍ୟନ୍ତଗତି | ମଧ୍ୟମ ଦୂରତାପ୍ରବାସୀମାନେ (Medium-distance migrants)କିଛି ଶହ କିଲୋମିଟରରଦୂରତା ଅତିକ୍ରମ କରନ୍ତି | ଦୂର ପ୍ରବାସୀମାନେ (Long-distance migrants) ହଜାର ହଜାର କିଲୋମିଟରପର୍ଯ୍ୟନ୍ତ ବିସ୍ତୃତମହାଦେଶ ଅତିକ୍ରମ କରିପାରନ୍ତି |
ଆଜି କାଲି ଯୁଗରେ ଫୋନ୍ ରେ ଥିବା ଜି.ପି.ଏସ (GPS) ସାହାଯ୍ୟରେ ପୃଥିବୀର କୋଣ ଅନୁକୋଣ ଲଙ୍ଘିବା ଆଉ କାଠିକର ପାଠ ନୁହେଁ | କିନ୍ତୁ କୌଣସିପ୍ରକାରର ଜି.ପି.ଏସ ବ୍ୟବହାର ନକରି ଏହି ଆନ୍ତର୍ମହାଦେଶୀୟ ଭ୍ରମଣ ପକ୍ଷୀମାନ କିପରି କରନ୍ତି?
ସେମାନଙ୍କର ଅଦ୍ଭୁତ ମାର୍ଗ ନିର୍ଧାରଣ କୌଶଳର ରହସ୍ୟ ଏପର୍ଯ୍ୟନ୍ତଆମେ ସମ୍ପୂର୍ଣ୍ଣ ରୂପେବୁଝିପାରି ନାହୁଁ, ଆଂଶିକ କାରଣ ହେଉଛି ମାର୍ଗ ନିର୍ଧାରଣ ସମୟରେ ପକ୍ଷୀମାନେ ବିଭିନ୍ନପ୍ରକାରର ଇନ୍ଦ୍ରିୟଗୁଡ଼ିକୁ ଏକତ୍ର ଭାବେ ବ୍ୟବହାର କରନ୍ତି | ବୈଜ୍ଞାନିକମାନେ ଏଥିପାଇଁଦାୟୀ ସମସ୍ତ ବିଭିନ୍ନଯନ୍ତ୍ରକୌଶଳ ଜାଣିବାକୁଚେଷ୍ଟା କରୁଛନ୍ତି | କିନ୍ତୁବର୍ତ୍ତମାନ ପାଇଁ, ଆମେ କେବଳ ଏତିକିଜାଣୁ:
ହଜାର ହଜାର କିଲୋମିଟରରୁ ଅଧିକ ପ୍ରବାସର ଏହି ଚମତ୍କାରି କୌଶଳକୁ କେବଳ ଜିନ୍ (Gene) ସମ୍ପୂର୍ଣ୍ଣ ରୂପେ ବ୍ୟାଖ୍ୟା କରିପାରିବ ନାହିଁ | ଦୂର ଦୂରାନ୍ତରେ ପ୍ରବାସକୁ ସଫଳତାର ସହିତ କାର୍ଯ୍ୟକାରୀ କରିବାର କ୍ଷମତା ବୋଧହୁଏ କେବଳ ପକ୍ଷୀମାନଙ୍କର ବାସସ୍ଥାନକୁ ଚିହ୍ନିବା ଏବଂ ମାନସିକ ମାନଚିତ୍ର ଗଠନ କରିବାର ଦକ୍ଷତାକୁ ବିଚାର କରି ସମ୍ପୂର୍ଣ୍ଣ ଭାବରେ ବ୍ୟାଖ୍ୟା କରାଯାଇପାରେ | ସେମାନେ ସହଜାତ ବିଦ୍ୟୁତ୍-ଚୁମ୍ବକୀୟ ଉପକରଣ ତଥା ଜୈବିକ ଇନ୍ଦ୍ରିୟ ଏବଂ ଅଭିଜ୍ଞତାର ମିଶ୍ରଣ ଉପରେ ନିର୍ଭର କରି ମାର୍ଗ ନିର୍ଧାରଣ କରନ୍ତି |
ପଶୁମାନେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ କିପରି ଅନୁଭବ କରନ୍ତି ତା ପାଇଁ ଦୁଇଟି ମୁଖ୍ୟ ଅନୁମାନ ଅଛି |
1. ଜଣେ ବୈଜ୍ଞାନିକଙ୍କ ମତରେ, ଯେତେବେଳେ ଏକ ପଶୁ ଦିଗ ପରିବର୍ତ୍ତନ କରେ, ଏହାର ଶରୀରରେ ଅବସ୍ଥିତ ଏବଂ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହିତ ସଂଗରେଖିତ (aligned) “ମାଗ୍ନେଟାଇଟ” (Magnetite-Fe3O4), “ମେକାନୋରିସେପ୍ଟର୍” (Mechanoreceptor) ଉପରେ ଘୂର୍ଣ୍ଣନ ଶକ୍ତି ପ୍ରୟୋଗ କରେ | “ମେକାନୋରିସେପ୍ଟର୍” ଚାପ କିମ୍ବା ବିକୃତିକୁ ପ୍ରତିକ୍ରିୟା ଦିଏ| ମେକାନୋରସେପ୍ଟରଗୁଡ଼ିକ ନ୍ୟୁରନ୍ (Neuron) ଦ୍ୱାରା ସଂଯୁକ୍ତ ଯାହାକି ଯାନ୍ତ୍ରିକ ଚାପକୁ ବୈଦୁତିକ ସଙ୍କେତରେ ପରିଣତ କରେ ଯାହା ପଶୁମାନଙ୍କ ମଧ୍ୟରେ ସ୍ନାୟୁ ପ୍ରଣାଳୀକୁ ପଠାଯାଏ | ଏହି ଘୂର୍ଣ୍ଣନ ଶକ୍ତି ମେକାନୋରିସେପ୍ଟର ଆୟନ ଚ୍ୟାନେଲ (Ion channel) ଗୁଡ଼ିକର ଖୋଲିବା ଏବଂ ବନ୍ଦ ମାଧ୍ୟମରେ ଶରୀରର ସଂଗରେଖଣ (alignment) ରେ ପରିବର୍ତ୍ତନକୁ ସଙ୍କେତ ଦେଇପାରେ |
2. ଅନ୍ୟ ବୈଜ୍ଞାନିକଙ୍କ ମତରେ, ଯେତେବେଳେ “କ୍ରିପ୍ଟୋକ୍ରୋମ୍” (Cryptochrome) ନାମକ ଏକ ପ୍ରୋଟିନ୍ ଆଲୋକ ଗ୍ରହଣ କରି ଉତ୍ସାହିତ ହୋଇଯାଏ, ସେତେବେଳେ ତାହା ରେଡିକାଲ୍ ଯୋଡି (Radical pair) ଗଠନ କରେ |ସେମାନଙ୍କର ପ୍ରତିକ୍ରିୟା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହିତ ପ୍ରାଣୀର ଦିଗକୁ ତୁଳନା କରି ତାକୁ ସଙ୍କେତ ଦେଇଥାଏ | ସାମ୍ପ୍ରତିକ ଅନୁସନ୍ଧାନ, ୟୁରୋପୀୟାନ ରବିନ (European Robin- ଏକ ପ୍ରକାର ପକ୍ଷୀ) ରେ ଥିବା କ୍ରିପ୍ଟୋକ୍ରୋମ୍ ପ୍ରୋଟିନ୍ CRY4 କୁ ଉନ୍ମୋଚନ କରିଛି |
ଏହି ପ୍ରସଙ୍ଗରେ ଅନେକ ଅସମାହିତ ପ୍ରଶ୍ନ ଏବଂ ଆହୁରି ଅଧିକ ଆକର୍ଷଣୀୟ ଆବିଷ୍କୃତ ଉତ୍ତରମାନ ଅଛି | ବୈଜ୍ଞାନିକମାନେ ତଥାପି ଅଧିକ ଉତ୍ତର ଖୋଜିବାକୁ ଚେଷ୍ଟା କରୁଛନ୍ତି ଯାହା ଦିନେ ଆମେ ଖୋଜୁଥିବା ସବୁ ପ୍ରଶ୍ନର ଉତ୍ତର ଦେଇପାରେ | ବୋଧହୁଏ, ଦିନେ ଆପଣମାନଙ୍କ ମଧ୍ୟରୁ କେହି ନୂତନ ଗବେଷଣା ସହିତ ମାନବଜାତିକୁ ଟିକେ ଜ୍ଞାନ ସମୃଦ୍ଧ କରିବାରେ ବଡ଼ ଭୂମିକା ଗ୍ରହଣ କରିପାରିବେ | ଆସନ୍ତୁ ଏହି ପକ୍ଷୀମାନଙ୍କ ସହିତ ଏକ ଯାତ୍ରାକୁ ଯିବା ଏବଂ ଦେଖିବା ସେମାନେ ଆମକୁ କେଉଁଠାକୁ ନେଇଯାଆନ୍ତି!
ଓଁକାର ସାହୁ, IISER, Kolkata
ଅନୁବାଦକ - ବର୍ଣ୍ଣାଳୀ ଦାସ, IISER, Kolkata
References:
Comments